Odisha Link
Bridging the Missing Links in Odisha

ରବିବାରଠୁ ପୁରୀରେ କର୍ଫ୍ୟୁ

ପୁରୀ: ଜ୍ବରରୁ ସୁସ୍ଥ ହେବା ପରେ ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

ସୋମବାର ଅର୍ଥାତ୍‌ ୧୨ ତାରିଖ ଦିନ ଅନୁଷ୍ଠିିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ କଟକଣା ରହିବ । ୨ ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ଶଟଡାଉନ୍‌ କଟକଣା ପୁରୀରେ ଲାଗୁ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.