Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ବଡ଼ ପର୍ବ, ଆଜି ଏକାଠି ହେବେ ରଥ-ପଥ-ଜଗନ୍ନାଥ

ପୁରୀ: ରଥ ପ୍ରସ୍ତୁତ। ପଥ ବି ପ୍ରସ୍ତୁତ। ବାସ୍ ଆଉ କିଛି ସମୟର ଅପେକ୍ଷା। ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀକ୍ଷେତ୍ରର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ବ୍ରହ୍ମାଣ୍ଡବାସୀ ଚାହିଁ ବସିଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା।

ଆଉ ମାତ୍ର କିଛି ସମୟର ଅପେକ୍ଷା। ମହାବାହୁ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଘେନି ୯ ଦିନିଆ ଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବେ। ରଥରେ ବସି ଜନ୍ମବେଦୀକୁ ଯିବେ। ସକାଳ ସାଢ଼େ ୮ଟା ସମୟରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ। ସେହିପରି ଅପରାହ୍ନ ୩ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଛି।

ମହାମାରୀ କରୋନା ସଂକ୍ରମଣ ପାଇଁ ଭକ୍ତଙ୍କ ସମାଗମ ଉପରେ ଲାଗିଛି ପ୍ରତିବନ୍ଧକ। ଗତବର୍ଷ ଭଳି ଏବର୍ଷ ମଧ୍ୟ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.