Odisha Link
Bridging the Missing Links in Odisha

ଅନୀଲ ଦେଶମୁଖଙ୍କ ୪.୨୦ କୋଟିର ସଂପତ୍ତି ଜବତ କଲା ଇଡି

ମହାରାଷ୍ଟ୍ର: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ। ବେଆଇନ ଅର୍ଥ କାରବାର ମାମଲାରେ ଆଜି ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି।

ଇଡି ପିଏମଏଲଏ ଧାରାରେ ଅନୀଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନୀ ପ୍ରିମିୟର ପୋର୍ଟ ଲିଙ୍କସ୍ ପ୍ରାଇଭେଟ ଲିମିଟେଡର ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି।

ଏହି ସଂପତ୍ତି ମଧ୍ୟରେ ରହିଛି ମୁମ୍ବାଇର ଏକ ଜମି, ରାୟଗଡରେ ୨.୬୭ କୋଟି ଟଙ୍କାର ଜମି ରହିଛି। ଇଡି ଆଇପିସି ଧାରା ୧୨୦-ବି, ୧୮୬୦ ଓ ପିଏମ୍ ଅଧିନିୟମ ୧୯୮୮ ଧାରା ୭ ଅଧିନରେ ଜବତ କରିଛି। ଅନୀଲଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ବଡ ପଦରେ ରହି ବେଆଇନ ଉପାୟରେ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.