Odisha Link
Bridging the Missing Links in Odisha

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ “ମାଟିଘୋଡ଼ା” ଉନ୍ମୋଚିତ ହୋଇଯାଇଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକଟି ଉନ୍ମୋଚନ କରିବା ସହ ଶ୍ରୀ ମହାପାତ୍ରଙ୍କ ଏ ପହିଲି ସାରସ୍ବତ ପ୍ରୟାସର ପ୍ରଶଂସା କରିବା ସହ ଲେଖକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉନ୍ମୋଚନ ସମୟରେ ନିଜେ ଲେଖକ ଶ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

୨୦୦ ପୃଷ୍ଠା ସମ୍ବଳିତ ଏ ଗଳ୍ପ ସଂକଳନରେ ମୋଟ ୨୨ଟି ଗଳ୍ପ ରହିଛି। ବିଭିନ୍ନ ପତ୍ରପତ୍ରିକାରେ ପୂର୍ବରୁ ପ୍ରକାଶ ପାଇ ବେଶ୍‌ ପାଠକୀୟ ଶ୍ରଦ୍ଧା ସାଉଁଟିଥିବା ଏ କାହାଣୀ ସବୁରେ ଗ୍ରାମ୍ୟ ଓ ସହରୀ ଜୀବନର ଦ୍ବନ୍ଦ୍ବ, ସାଧାରଣ ମଣିଷର ପୀଡ଼ା ଓ ପୁଲକ ସାଙ୍ଗକୁ ମାନବୀୟ ସମ୍ବେଦନାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳେ। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି; ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। “ମାଟିଘୋଡା” ସମେତ “ମାଟି ସିଲଟର ପୃଥିବୀ”, “ମାଟିଘଟର ଜୀବନ” ଓ “ନିଜ ମାଟିର ଗନ୍ଧ” ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜ୍ବଳ ସାରସ୍ବତ ପ୍ରତିଭାର ପ୍ରତିଶ୍ରୁତି ବହନ କରୁଛି।

ସୁଦୃଶ୍ୟ ମୁଦ୍ରଣ ଓ ପରିପାଟୀ ସମ୍ପନ୍ନ ଏ ବହିଟି ଆସନ୍ତାକାଲି ଠାରୁ ଆମାଜନ୍‌ରେ ଉପଲବ୍ଧ ହେବ ବୋଲି ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.