ସ୍କୁଲ ଖୋଲିବା ନେଇ ଜାରି ହେଲା ଏସଓପି

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି।
ଏଥିସହ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ। ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି।
ଏସଓପି ମୁତାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟିକା ଦିଆଯିବ। ବିଦ୍ୟାଳୟରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା ସହ ସାନିଟାଇଜ କରାଯିବ। ଏନେଇ ଡିଇଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି। ୧୦ଟାରୁ ସାଢେ଼ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ତେବେ ସ୍କୁଲରେ ଖେଳ ଛୁଟି ରହିବ ନାହିଁ, ପିଲାମାନେ ନିଜ ଘରେ ଖାଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।
ସେହିପରି ୧୦ମ ଓ ଦ୍ୱାଦଶ ବ୍ୟତୀତ ଅନ୍ୟ ଶ୍ରେଣୀର ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢିବେ। ଛାତ୍ରଛାତ୍ରୀମାନେ ଚାହିଁଲେ ବିଦ୍ୟାଳୟ ଆସିପାରିବେ। ଯଦି କୌଣସି ସ୍ଥାନରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଏ ତେବେ ଜିଲ୍ଲାପାଳମାନେ ସାମୟିକ ଭାବେ ସ୍କୁଲ ବନ୍ଦ କରାଯିବ।