Odisha Link
Bridging the Missing Links in Odisha

ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହେବ।

ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶ ଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ପରେ ସନ୍ଧ୍ୟା ୫ଟା ୩୦ରେ ସୁନାବେଶ ନୀତି ଅନୁଷ୍ଠିତ ହେବ। ଚଳିତବର୍ଷ କୋଭିଡ୍ କଟକଣା ପାଇଁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ସୁନାବେଶକୁ ଟେଲିଭିଜନ ମାଧ୍ୟମରେ ହେଉଥିବା ସିଧାପ୍ରସାରଣ ଦେଖିପାରିବେ ।

ପୁରୀ ସହରରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ କେବଳ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁନାଵେଶ ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ତିନି ରଥ ଲାଗିବା ପରେ ସେବାୟତମାନେ ବଡ଼ଦାଣ୍ଡରେ ବସି ଗୀତଗୋବିନ୍ଦ ଗାଇଥିଲେ। ଶୃଙ୍ଖଳିତ ବାହୁଡାଯାତ୍ରା ପାଇଁ ସେବାୟତ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମଧ୍ୟ ଧନ୍ୟବାଦ ଦେଇଛନ୍ତି।।

Leave A Reply

Your email address will not be published.