Odisha Link
Bridging the Missing Links in Odisha

କଟକଣା ସତ୍ତ୍ୱେ ରଥରେ ଚଢ଼ିଲେ ଅଣ ସେବାୟତ

ପୁରୀ: ଚଳିତ ବର୍ଷ କରୋନା ପାଇଁ କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡ଼ାଯାତ୍ର ଅନୁଷ୍ଠିତ ହୋଇଛି। ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଚଢ଼ିଲେ ଅଣସେବାୟତ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋଟି ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

ନିଜ ସୋଶାଲ ମିଡିଆ ସାଇଟରେ ଦୁଇ ଜଣ ଏହି ଫଟୋ ଅପଲୋଡ ମଧ୍ୟ କରିଛନ୍ତି। ଦୁଇ ଜଣ ବ୍ୟକ୍ତି ମାସ୍କ ପିନ୍ଧିଥିବାରୁ ଏହା ଚଳିତ ବର୍ଷର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ପୁଲିସ୍‌ ଉପସ୍ଥିତିରେ ଦୁଇ ଜଣ ଯୁବକ ରଥ ଉପରେ ଚଢି କେମିତି ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଫଟୋରେ ଥିବା ଏହି ଦୁଇ ଯୁବକ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି।

Leave A Reply

Your email address will not be published.