Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ମଶା ନେଟରେ ଲାଗିଛି ନିଆଁ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରୁଥିବାବେଳ ଘର ଭିତରେ ପୋଡ଼ା ଦାଗ ରହିଥିବା ଜଣାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି।

କ୍ରାଇମବ୍ରାଞ୍ଚ DSP ବିଜୟ କୁମାର ମଲ୍ଲିକ ACFଙ୍କ କ୍ୱାର୍ଟର୍ସ ଯାଞ୍ଚ ପରେ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା। ଘର ଭିତରେ ପୋଡ଼ା ଦାଗ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି। ଘଟଣା ଘର ଭିତରେ ହିଁ ଘଟିଥିବା ଜଣାପଡ଼ିଛି। ସେହିପରି କ୍ୱାର୍ଟର୍ସର ପଛପଟ କବାଟ ପୋଡ଼ିଯାଇଛି, ମଶା ନେଟ୍ରେ ନିଆଁ ଲାଗିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି। ସମସ୍ତଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଚାଲିଛି କହିଲେ କ୍ରାଇମବ୍ରାଞ୍ଚ ଡିଏସ୍ପି। ତଦନ୍ତରେ ଯାହା ଯାହା କଥା ସାମ୍ନାକୁ ଆସିବ, ପଚରାଉଚରା ହେବ ବୋଲି ସେ କହିଛନ୍ତି।

ହେଲେ ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା ସେ ନେଇ କିଛି କହି ନାହାନ୍ତି ତଦନ୍ତକାରୀ ଟିମ୍‌। ଘରେ ନିଆଁ ଲାଗିଲା ସେହି ସମୟରେ ବିଦ୍ୟାଭାରତୀ କ’ଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତିର ତଦନ୍ତ ଚାଲିଛି। ଘରେ ନିଆଁ ଲାଗିଥିଲେ, କିପରି କେହି ଜାଣିପାରିଲେ ନାହିଁ, ତେଣୁ ବାହାରେ ସୌମ୍ୟଙ୍କ ଦେହରେ ନିଆଁ ଲଗାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଘଟଣାରେ ବାରମ୍ବାର ନାଁ ଉଠୁଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିବ ତଦନ୍ତକାରୀ ଟିମ୍। ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ। ସୌମ୍ୟରଂଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ। ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବା ନେଇ ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ।

Leave A Reply

Your email address will not be published.