Odisha Link
Bridging the Missing Links in Odisha

ଟାଟୁରୁ କଳିରୁ ଯୌତୁକ ନିର୍ଯାତନା

କଟକ: ଟାଟୁକୁ ନେଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଫାଟ। ବିବାହର ୮ ମାସପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସ୍ଵାମୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସ୍ୱାମୀ। ଏପରିକି ସ୍ତ୍ରୀ ଓ ତା’ ବୟଫ୍ରେଣ୍ଡ ମିଶି ମାରିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ସ୍ୱାମୀ ମୋହିତ ଶର୍ମା।

ମର୍କତ ନଗର ଥାନା ଅଞ୍ଚଳର ସିଡ଼ିଏ ସେକ୍ଟର୍-୭ର ମୋହିତ୍ ଶର୍ମା ଏହି ଅଭିଯୋଗ ଆଣିଛନ୍ତି। ସୋସିଆଲ୍‌ ସାଇଟ୍‌ ଫେସବୁକ୍‌ରେ ବନ୍ଧୁତା ହେବା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ବିବାହ ପରେ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଲା। ଆଉ ପରିସ୍ଥିତି ଚଉଠି ରାତିରେ ସ୍ତ୍ରୀର ପ୍ରେମିକ ଫୋନ୍‌ କରି ଧମକ ଦେଲା। ସ୍ତ୍ରୀର ଗୁପ୍ତାଙ୍ଗ ଅଞ୍ଚଳରେ ଏକ ଟାଟୁ ରହିଥିବା ସମ୍ପୃକ୍ତ ପ୍ରେମିକ କହିଥିବା ମୋହିତ କହିଛନ୍ତି।

ସ୍ତ୍ରୀ ଦୀର୍ଘ ସମୟ ଧରି ଅନ୍ୟ ପୁରୁଷ ସହ ମୋବାଇଲ୍‌ ଫୋନ୍‌ରେ ଗପୁଥିଲେ। ଆଉ ତାଙ୍କର ବୟଫ୍ରେଣ୍ଡଙ୍କ ନାଁ ତାଙ୍କ ଦେହର ପ୍ରାଇଭେଟ୍‌ ପାର୍ଟରେ ଲେଖା ହୋଇଛି ବୋଲି ତାଙ୍କୁ ଧମକ ମିଳିଥିବା ଅଭିଯୋଗ କରିଛନ୍ତି ମୋହିତ। ତେବେ ସେ ଆଉ ସ୍ତ୍ରୀଙ୍କ ସହ ରହିବାକୁ ଚାହୁନଥିବା ଏବଂ ଅଲଗା ହୋଇଯିବାକୁ ଚାହୁଥିବା ପୋଲିସକୁ କହିଛନ୍ତି।

ଅନ୍ୟପଟେ, ସ୍ଵାମୀଙ୍କ ନାଁରେ ପତ୍ନୀ ଆଣିଛନ୍ତି ପାଲଟା ଅଭିଯୋଗ। ଅର୍ଥ ଲୋଭି ସ୍ବାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ। ସେ ଗର୍ଭବତୀ ଥିବା ବେଳେ, ତାଙ୍କ ଗର୍ଭ ନଷ୍ଟ କରିଦେଲେ। ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା କାରଣରୁ ତାଙ୍କୁ ବିଦା କରିବା ଲାଗି ଏ ପ୍ରକାରର ଷଡ଼ଯନ୍ତ୍ର କରିଛନ୍ତି।

ତେବେ ମାମଲା ଅଦାଲତକୁ ଯିବା ଆଗରୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ଲାଗି ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା। ଉଭୟେ ଶୁକ୍ରବାର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ କିନ୍ତୁ କିଛି ସମାଧାନ ମିଳିଲା ନାହିଁ।

Leave A Reply

Your email address will not be published.