Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ।  ଓଡ଼ିଶାରେ ଦଶମରେ ୯୯.୯୮ ପ୍ରତିଶତ ଓ ଦ୍ୱାଦଶରେ ୯୯.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାଯାଇଛି। ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ହୋଇନଥିଲା। results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି।

ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ। ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ।

ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି(asicse@cisce.org) ଏବଂ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ। ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।