Odisha Link
Bridging the Missing Links in Odisha

ଏବେ ସାରା ଦେଶରେ ‘ଖେଲା ହୋବେ’: ମମତା

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋ ଫୋନ୍‌ ହ୍ୟାକ୍‌ ହୋଇଛି । ଅଭିଷେକ୍‌ର ଫୋନ୍‌ ମଧ୍ୟ ଆଗରୁ ହ୍ୟାକ୍‌ କରାଯାଇଛି। ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟ ଫୋନ୍‌ ହ୍ୟାକ୍‌ କରାଯାଇଛି ବୋଲି ମମତା କହିଛନ୍ତି। ଯଦି ପେଗାସସ୍‌ ଗୋଟିଏ ଫୋନ୍‌ ହ୍ୟାକ୍‌ କରିପାରୁଛି ତେବେ ଏହା ବହୁତ ଲୋକଙ୍କର ମଧ୍ୟ ଫୋନ୍‌ ହ୍ୟାକ୍‌ କରିପାରିବ ବୋଲି ମମତା କହିଛନ୍ତି।

ମମତା ପେଗାସସ୍‌କୁ ନେଇ ଆହୁରି କହିଛନ୍ତି ଯେ, ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଭାଇରସ୍‌। ଆମର ସୁରକ୍ଷା ଏବଂ ନିରାପତ୍ତା ଏବେ ବିପଦରେ। କାହର ମଧ୍ୟ ସ୍ୱାଧୀନତା ନାହିଁ। ଆଜି କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମମତା ଭେଟି ପେଗାସସ୍‌ ବିଷୟରେ ଆଲୋଚନା କରିଥିଲେ।

ଅପରପକ୍ଷେ, ଆଜି ବିରୋଧୀ ମହାମେଣ୍ଟର ନେତୃତ୍ୱ କିଏ ନେବ ବୋଲି ସାମ୍ବାଦିକମାନେ ମମତାଙ୍କୁ ପ୍ରଶ୍ନ ପଚାରିବାରୁ ସେ ତେର୍ଚ୍ଛବାଣ ମାରିଛନ୍ତି। ସେ କହିଛନ୍ତି ଯେ, “ମୁଁ ଜ୍ୟୋତିଷ ନୁହେଁ। କେହି ଜଣେ ନିଶ୍ଚିତ ଆଗକୁ ଆସିବେ। ମୁଁ ଏହାକୁ ସମର୍ଥନ କରିବି।” କ’ଣ ଆପଣ ନିଜେ ବିରୋଧୀ ମେଣ୍ଟର ଚେହେରା ହେବ କି ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି, “ମୁଁ ଜଣେ ସାଧାରଣ କର୍ମୀ। ମୁଁ କର୍ମୀ ଭାବେ କାମ କରିବାକୁ ଚାହେଁ। ସଂସଦ ଅଧିବେଶନ ପରେ ଏ ସମ୍ପର୍କରେ ଆଲୋଚନା ହେବ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ଆଗାମୀ ଦିନରେ ସାରା ଦେଶରେ ଖେଲ ହୋବେ ବୋଲି ମମତା କହିଛନ୍ତି।

Leave A Reply

Your email address will not be published.