Odisha Link
Bridging the Missing Links in Odisha

କଂଗ୍ରେସରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: କଂଗ୍ରେସରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ କିଶୋର। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କଂଗ୍ରେସରେ ସାମିଲ୍ ହେବା ନେଇ ରାହୁଲ ଗାନ୍ଧୀ ଦଳର ଶୀର୍ଷ ନେତା ମାନଙ୍କ ପରାମର୍ଶ ଲୋଡିଥିବା ସୂଚନା ରହିଛି। ନିକଟରେ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ ଏଭଳି ଆଶଙ୍କା କରାଯାଉଛି।

ଜୁଲାଇ ୨୨ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକରେ କଂଗ୍ରେସ ନେତା ଏକ ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖାଡଗେ, କେସି ବେଣୁଗୋପାଳ, କମଲନାଥ ଏବଂ ଅମ୍ୱିକା ସୋନୀ ସହିତ ଅନ୍ୟାନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ଏହି ବୈଠକରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ୍ କରିବା ନେଇ ରାହୁଲ ଦଳୀୟ ନେତାଙ୍କ ମତାମତ ମାଗିଥିବା ଜଣାପଡ଼ିଛି। ଯଦି ଦଳୀୟ ନେତା ପ୍ରଶାନ୍ତଙ୍କୁ ଦଳରେ ସାମିଲ୍ କରିବା ନେଇ କୌଣସି ଆପତ୍ତି ନରଖିବେ ତାହାଲେ କଂଗ୍ରେସରେ ପ୍ରଶାନ୍ତ ସାମିଲ୍ ହେବେ। ଆଉ ଦଳର ମହାସଚିବ ଭାବରେ ଦାୟିତ୍ୱ ଦିଆଯାଇପାରେ। ତେବେ ପ୍ରଶାନ୍ତ କିଶୋର ଯେଉଁ ପ୍ରେଜେନଟେନସନ ଦେଖାଇଥିଲେ ତାକୁ ନେଇ ରାହୁଲ ଗାନ୍ଧୀ ସକାରାତ୍ମକ ଥିବା କୁହାଯାଉଛି।

Leave A Reply

Your email address will not be published.