Odisha Link
Bridging the Missing Links in Odisha

ମହାବାହୁଙ୍କୁ ଦେଖିବେ ଭକ୍ତ !, ୪ରେ ନିଆଯିବ ନିଷ୍ପତ୍ତି

ପୁରୀ: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ଏଥିସହିତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଖୋଲିବାର ରସ୍ତା ଖୋଲିଯାଇଛି। କାରଣ ରାଜ୍ୟ ସରକାର ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକାରେ ଏଭଳି ସୂଚନା ଦେଇଛନ୍ତି।

ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ, ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ନଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମିଳିତ ଆଲୋଚନା ପରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ। ଏଥିପାଇଁ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ ଆସନ୍ତା ୪ ତାରିଖରେ ଡକାଯାଇଛି।

ମିଳିଥିବା ସୂଚନା ମୁତାବିକ ୱେବିନାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବରିଷ୍ଠ ସେବାୟତମାନେ ଭାଗ ନେବେ। ବୈଠକ ବିଚାର ବିମର୍ଶ ପରେ କେଉଁ ସବୁସର୍ତ୍ତରେ ଭକ୍ତଙ୍କୁ ଶ୍ରୀମନ୍ଦିର ଦର୍ଶନ ପ୍ରବେଶ ଅନୁମତି ମିଳିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

Leave A Reply

Your email address will not be published.