Odisha Link
Bridging the Missing Links in Odisha

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ରାଜ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ତାଙ୍କ ଗିରଫଦାରୀର ହୋଇଛି ଖୁଲାସା। ରାଜଙ୍କ ବିରୋଧରେ ବଡ଼ ବୟାନ ଦେଲେ ସରକାରୀ ଓକିଲ।

ଇ-ଟାଇମ୍ସର ରିପୋର୍ଟ ମୁତାବକ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ରାଜ କୁନ୍ଦ୍ରା। ସେ ହ୍ୱାଟସଆପ୍‌ ଗ୍ରୁପ ଚାଟ୍‌ ଏବଂ ଚାଟ୍‌ ଡିଲିଟ୍‌ କରୁଥଲେ। ଏଥିସହ ତାଙ୍କ ବିରୋଧରେ ଥିବା ଅନେକ ପ୍ରମାଣକୁ ନଷ୍ଟ କରିବାକୁ ରାଜ ପ୍ରୟାସ କରୁଥିଲେ ବୋଲି ସରକାରୀ ଓକିଲ ଅରୁଣା ପାଇ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି।

ଅରୁଣା ପାଇ ଆହୁରି କହିଛନ୍ତି ଯେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦୁଇଟି ଆପ୍‌ରୁ ୫୧ଟି ପର୍ଣ୍ଣ ଫିଲ୍ମ ସିଜ୍‌ କରିଛି। ଏହି ଦୁଇଟି ଯାକ ଆପ୍‌ ରାଜ କୁନ୍ଦ୍ରାଙ୍କ, ଯାହର ନାଁ ୱଲିଫେମ ଏବଂ ହଟ୍‌ସଟ୍‌। ଅରୁଣା ପାଇ ଏହା ମଧ୍ୟ କହିଛନ୍ତି, ଯେ ରାଜ କୁନ୍ଦ୍ରାଙ୍କ ତରଫରୁ ତାଙ୍କ ଭିଣେଇ ପ୍ରଦୀପ ବକ୍ସିଙ୍କ ସହ ତାଙ୍କ ହଟସଟ ଆପରେ ଏକ ଇମେଲ ମଧ୍ୟ ସେୟାର କରାଯାଇଛି।

ରପୋର୍ଟ ମୁତାବକ, ଗତ ଜୁଲାଇ ୧୯ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫଦାରୀକୁ ତାଙ୍କ ଓକିଲ କିନ୍ତୁ ଅବୈଧ ବୋଲି କହିଥିଲେ। ଏହାର ଜବାବରେ ସରକାରୀ ଓକିଲ ଅରୁଣା ପାଇ ବେମ୍ବ ହାଇକୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ଗିରଫଦାରୀର ପ୍ରକୃତ କାରଣ ବିଷୟରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୭ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନ ପୁଲିସ ହେପାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରା ଜେଲରେ ଅଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଗିରଫ କରିସାରିଛି।

Leave A Reply

Your email address will not be published.