Odisha Link
Bridging the Missing Links in Odisha

ଦିଲ୍ଲୀରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରୀ। ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି। କ୍ୟାବିନେଟର ପ୍ରସ୍ତାବ ମୁତାବକ, ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସିକ ବେତନ ଆକାରରେ ୩୦ ହଜାର ଟଙ୍କା ମିଳିବ। ଦିଲ୍ଲୀ ବିଧାୟକଙ୍କୁ ମାସିକ ୧୨ ହଜାର ଟଙ୍କା ଦରମା ମିଳୁଥିଲା।

ଆଜି ପାରିତ ହୋଇଥିବା ବିଲ୍ ମୁତାବକ ଜଣେ ବିଧାୟକ ମାସକୁ ଦରମା ଆକାରରେ ୩୦ ହଜାର ଟଙ୍କା, ନିର୍ବାଚନ କ୍ଷେତ୍ର ପରିଦର୍ଶନ ପାଇଁ ମାସିକ ୨୫ ହଜାର ଟଙ୍କା, ସଚିବାଳୟ ଭର୍ତ୍ତା ୧୫ ହଜାର ଟଙ୍କା, ଗାଡି ଖର୍ଚ୍ଚ ୧୫ ହଜାର ଟଙ୍କା, ଟେଲିଫୋନ ଦେୟ ୧୦ ହଜାର ଟଙ୍କା । ମୋଟ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ।

ଦିଲ୍ଲୀ କ୍ୟାବିନେଟ ଦ୍ୱାରା ପାରିତ ହୋଇଥିବା ଏହି ବିଲ ଉପରେ ବିଧାୟକଙ୍କ ଦରମା ଓ ଅନ୍ୟ ଆନୁସାଙ୍ଗିକ ଭତ୍ତାକୁ ମିଶାଇ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ। ଏବେ ବିଧାୟକମାନେ ଦରମା ଓ ଭତ୍ତା ମିଶାଇ ୫୪ ହଜାର ଟଙ୍କା ପାଉଥିଲେ। ୨୦୧୫ ରେ ଦିଲ୍ଲୀ ସରକାର ବିଧାୟକ ମାନଙ୍କ ଦରମା ବୃଦ୍ଧି ନେଇ ଦିଲ୍ଲୀ ବିଧାନସଭାରେ ଆଇନ ପାରିତ କରି କେନ୍ଦ୍ରକୁ ପଠାଇଥିଲେ, ହେଲେ କେନ୍ଦ୍ର ତାହାକୁ ଅସ୍ୱୀକାର କରିଥିଲା।

ଏବେ ଦିଲ୍ଲୀ ସରକାର ଏନେଇ ପାରିତ କରିଥିବା ବିଲକୁ କେନ୍ଦ୍ର ନିକଟକୁ ପଠାଇବେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବା ପରେ ଦିଲ୍ଲୀ ସରକାର ପୁଣିଥରେ ଏହି ବିଲକୁ ବିଧାନସଭାରେ ଉପସ୍ଥାପନ କରିବେ।

Leave A Reply

Your email address will not be published.