Odisha Link
Bridging the Missing Links in Odisha

ସିବିଏସ୍‌ସି ଦଶମ ଅଫଲାଇନ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି ସିବିଏସ୍‌ସି ଦଶମ ଶ୍ରେଣୀ ପରୀକ୍ଷା ଫଳ। ଦଶମ ପାସ ହାର ୯୯.୦୪ ପ୍ରତିଶତ ରହିଛି। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଅଫ ଲାଇନ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଅଫଲାଇନ ପରୀକ୍ଷା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଫ ଲାଇନ ପରୀକ୍ଷା ଦେଇଥିବା ପିଲାମାନଙ୍କୁ ସେହି ପରୀକ୍ଷାର ଫଳାଫଳ ମିଳିବ। ତେବେ କମ୍ପାର୍ଟମେଣ୍ଟ ପାଇଁ ସିବିଏସଇ ପକ୍ଷରୁ ଖୁବ୍‌ ଶୀଘ୍ର ବିସ୍ତୃତ ସୂଚନା ଦିଆଯିବ। ରେଜଲ୍ଟରେ ଅସନ୍ତଷ୍ଟ ଛାତ୍ରଛାତ୍ରୀଙ୍କ ସମେତ ଘରୋଇ ଏବଂ ପତ୍ର ବିନିମୟରେ ପଢୁଥିବା ଛାତ୍ର ତଥା ଯେଉଁମାନଙ୍କର ଫଳା‍ଫଳ ଆସି ନାହିଁ ସେମାନେ ମଧ୍ୟ ଅଫଲାଇନ ପରୀକ୍ଷାରେ ସାମିଲ ହୋଇପାରିବେ।

ସିବିଏସଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅଗଷ୍ଟ ୧୬ରୁ ଆରମ୍ଭ ହେବାକୁ ଥିବା କମ୍ପାର୍ଟମେଣ୍ଟ ପରୀକ୍ଷାରେ ୧୬ଟି ବିଷୟକୁ ସାମିଲ କରାଯାଇଛି। ସେହି ଅନୁସାରେ ଛାତ୍ର ଇଂରାଜୀ କୋର, ଶାରୀରିକ ଶିକ୍ଷା, ବିଜିନେସ ଷ୍ଟଡିଜ, ଆକାଉଣ୍ଟାସି, ଫିଜିକ୍ସ, ପଲିଟିକାଲ ସାଇନ୍ସ, ବାୟୋଲଜି, ଇକୋନମିକ୍ସ, ଗଣିତ, ହିନ୍ଦୀ ଇଲେକ୍‌ଟିଭ କୋର, ସାମିଜିକ ବିଜ୍ଞାନ, ଇନ୍‌ଫର୍ମେଶନ ପ୍ରାକ୍‌ଟିସ୍‌, କମ୍ପ୍ୟୁଟର, ଭୂଗୋଳ ଆଦି ବିଷୟ ରହିଛି।

ଚଳିତ ବର୍ଷ ୨୦ଲକ୍ଷ୯୭ ହଜାର ୧୨୮ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୨୦ ଲକ୍ଷ ୭୬ ହଜାର ୯୯୭ ଛାତ୍ରଛାତ୍ରୀ। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି। ଏଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ୯୮.୮୯% ଛାତ୍ର ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ୧୦୦%, ନବୋଦୟରେ ୯୯.୯୯% ରେଜଲ୍ଟ କରିଛି। ୫୭, ୮୨୪ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି।

Leave A Reply

Your email address will not be published.