Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଅଗଷ୍ଟ ଗାଇଡଲାଇନ ମୁତାବକ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିଛି।

ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ପାଇଁ ମାଙ୍କ ଦର୍ଶନରୁ ବଂଚିତ ହୋଇଥିଲେ ଶ୍ରଦ୍ଧାଳୁ। ହେଲେ ମା’ଙ୍କ ବେଢ଼ା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ ଭକ୍ତ। ବେଢ଼ା ପରିସରରେ ବିବାହ କାର୍ଯ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ। ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି।