Odisha Link
Bridging the Missing Links in Odisha

ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହଟିଲା କଟକଣା

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ହଟିଲା କରୋନା କଟକଣା। ଓଡ଼ିଶା ଆସିବାକୁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ। କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର। ଏବେ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କରୋନାର ଦ୍ବିତୀୟ ଲହର ସମୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କିଛି କଟକଣା ଲଗାଇଥିଲେ। ଓଡ଼ିଶା ଆସୁଥିଲେ ଯାତ୍ରୀଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ୁଥିଲା। ରିପୋର୍ଟ ପଜିଟିଭ ଥିଲେ ଯାତ୍ରୀମାନେ ଓଡ଼ିଶା ଆସିପାରୁନଥିଲେ। ଏବେ ସଂକ୍ରମଣ କମ ହେବା ସହ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଏହି କଟକଣା ହଟାଇଛନ୍ତି।

Leave A Reply

Your email address will not be published.