Odisha Link
Bridging the Missing Links in Odisha

ରସିକିଆ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ ନର୍ସ, କରୁଥିଲେ ଅଶ୍ଲୀଳ ମେସେଜ…

ବେଙ୍ଗାଲୁରୁ: ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ପିଟିଲେ ମହିଳା ନର୍ସ। ତାହା ପୁଣି କାର୍ଯ୍ୟାଳୟ ଭିତରେ ପଶି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଖବର ଆସିଛି କର୍ଣ୍ଣାଟକର ବେଲଗାବୀ ଜିଲ୍ଲାରୁ।

ମିଳିଥିବା ସୂଚନା ମୁତାବିକ, ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଜଣେ ନର୍ସଙ୍କୁ ଭେଟିଥିଲେ। ନର୍ସ ଜଣକ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନରେ ସାମିଲ ଥିଲେ। ଟିକା ସମ୍ପର୍କୀତ କିଛି ସୂଚନା ପାଇଁ ପ୍ରଧାନଶିକ୍ଷକ ଜଣକ ମହିଳା ନର୍ସଙ୍କ ନମ୍ବର ଆଣିଥିଲେ। ହେଲେ ପ୍ରଧାନଶିକ୍ଷକଙ୍କ ଉଦ୍ଦ୍ୟେଶ କିଛି ଅଲଗା ଥିଲା। ନର୍ସଙ୍କ ଫୋନ୍‌ ନମ୍ବର ପାଇବା ପରେ ରସିକିଆ ଶିକ୍ଷକ ନର୍ସଙ୍କୁ ଅଶ୍ଲୀଳ ମେସେଜ୍‌ ଓ ଫଟୋ ପଠାଇବାରେ ଲାଗିଥିଲେ। କେବଳ ସେତିକି ନୁହେଁ ଶାରୀରିକ ସମ୍ପର୍କ ରଖିବାକୁ ବି ମେସେଜ୍‌ ମାଧ୍ୟମରେ କହୁଥିଲେ ଶିକ୍ଷକ।

ଅପରପକ୍ଷେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକଳାପକୁ ମହିଳା ନର୍ସ ଜଣକ ବାରମ୍ବାର ତାଗିଦ କରିଥିଲେ। ହେଲେ ରିସିକିଆ ସାର ଶୁଣିନଥିଲେ। ଏହା ପରେ ନର୍ସ ନିଜର ବନ୍ଧୁ ପରିଜନଙ୍କୁ ଡାକି ତାଙ୍କୁ ମାଡ଼ ମାରିଛନ୍ତି। ଭିଡିଓ ଭାଇରାଲ୍‌ ହେବା ପରେ ଦୁଇ ଅନ୍ୟ ମହିଳା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ସୁରେଶ ଚାଓ୍ବଲାଗୀ ଦେଗ୍ରାମ ସରକାରୀ ସ୍କୁଲ୍‌ରେ ପ୍ରଧାନଶିକ୍ଷକ ଥିବା ବେଳେ କତୁର ତାଲୁକ ହେଡ୍‌ ମାଷ୍ଟର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ଅଛନ୍ତି। ନର୍ସଙ୍କ ଅଭିଯୋଗ ପରେ ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବନ କରିଛି।