Odisha Link
Bridging the Missing Links in Odisha

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

କଟକ: କଟକରୁ ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର। ସ୍ପେଶାଲ ସ୍କ୍ବାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଜବତ କରିଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଏମାନେ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯୋଗାଉଥିଲେ।

ବ୍ରାଉନସୁଗାର ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ବିକ୍ରି ହୋଇଥାନ୍ତା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କୋଲକାତା ପଟୁ ଜଳେଶ୍ବର, ବାଲେଶ୍ବର ଦେଇ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯାଉଛି। ୫ମାସରେ କଟକ ସହରରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ହୋଇସାରିଲାଣି ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।