Odisha Link
Bridging the Missing Links in Odisha

ବାଂଲାଦେଶରେ ଏକାଧିକ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

ଢାକା: ପାକିସ୍ତାନ ପରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ବାଂଲାଦେଶର ଖୁଲନା ଜିଲ୍ଲା ଶିଅଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ହିନ୍ଦୁ ମନ୍ଦିର, କିଛି ଦୋକାନ ଓ କିଛି ବାସିନ୍ଦାଙ୍କ ଉପରକୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତକାରୀ। ଏହି ଘଟଣାରେ ଏପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ୍‌ ୧୦ ଜଣଙ୍କୁ ଗିରଫ କରି ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ସ୍ଥାନୀୟ ପ୍ରଶାସନ।

ଢାକା ଟ୍ରିବୁନରେ ପ୍ରକାଶିତ ଖବର ଅନୁଯାୟୀ, ଏଭଳି ଅଭାବନୀୟ ଘଟଣା ଶନିବାର ଦିନ ଶିୟାଲି ଗ୍ରାମରେ ହୋଇଥିଲା। ଶୁକ୍ରବାର ଦିନ ରାତିରେ ଗ୍ରାମର ହିନ୍ଦୁ ଓ ମୁସଲମାନ ବାସିନ୍ଦାଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା। ହେଲେ ଶନିବାର ଦିନ ପ୍ରଥମେ ଦୁର୍ବୃତ୍ତ ମାନେ ଶିୟାଲୀ ମହାଶଶ୍ମାନ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ ମଶାଣି ସମେତ ମନ୍ଦିରର ମୂର୍ତ୍ତି ଗୁଡ଼ିକ ମଧ୍ୟ ନଷ୍ଟ ହୋଇଛି।

ଖବର ମୁତାବିକ, ଦୁର୍ବୃତ୍ତ ମାନେ ହରି ମନ୍ଦିରଳ ଦୁର୍ଗା ମନ୍ଦିର ଓ ଗୋବିନ୍ଦ ମନ୍ଦିରରେ ଥିବା ମୃର୍ତ୍ତି ଗୁଡ଼ିକୁ ଭାଙ୍ଗିଥିଲେ। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମୁଦାୟର କିଛି ବ୍ୟକ୍ତିଙ୍କ ଦୋକାନ ଭାଙ୍ଗିବା ସହ ଘର ମଧ୍ୟ ଭାଙ୍ଗିଥିଲେ।

ଏନେଇ ସ୍ଥାନୀୟ ପୁଲିସ ଆସି କିଛି ଯୁବକଙ୍କୁ ଗିରଫ କରି ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ବାରମ୍ବାର ଆକ୍ରୋଶର ଶିକାର ହେଉଥିବା ହିନ୍ଦୁଙ୍କ ସୁରକ୍ଷା ନେଇ ହିନ୍ଦୁ ବିକାଶ ପରିଷଦ ଚିନ୍ତା ପ୍ରକଟ କରିଛି।

Leave A Reply

Your email address will not be published.