Odisha Link
Bridging the Missing Links in Odisha

ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର ଭୂସ୍ଖଳନ, ୪୦ ଯାତ୍ରୀ ନିଖୋଜ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର ଭୂସ୍ଖଳନ। ରାଜ୍ୟର କନୌର ଜିଲ୍ଲା ଚିଲ ଜଙ୍ଗଲ ନିକଟରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟିତଳେ ଚାପି ହୋଇଯାଇଛି।

ଏଚଆରଟିସି ବସ୍ ଓ ଅନ୍ୟ ଗାଡିରେ କେତେ ଲୋକଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପଥର ତଳେ ୪୦ରୁ ଅଧିକ ଲୋକ ଫସିଥିବା ସୂଚନା ମଳିଛି। ସୂଚନା ପାଇ ପ୍ରଶାସନ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି କି ଦୁର୍ଘଟଣା ବାବଦରେ କେବଳ ସୂଚନା ମଳିଛି। ଉଦ୍ଧାର ପାଇଁ ଏନଡିଆରଏଫ୍ ଟିମ ସଜାଗ ରହିଛି। ପୋଲିସ ଓ ପ୍ରଶାସନକୁ ତୁରନ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.