Odisha Link
Bridging the Missing Links in Odisha

ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୁଲିସ ଓ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା: ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ। ରାଜକନିକାର ଭାରିଗଦାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହ ପୁଲିସ ମୁହାଁମୁହିଁ ହୋଇଛି। ପ୍ରକଳ୍ପକୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଛି।

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ। ସ୍ଥାନୀୟ ଅଂଚଳରେ ୧୪୪ ଧାରା ଜାରି କରି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି। ପ୍ରକଳ୍ପ କାମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ତିନିଟି ପଞ୍ଚାୟତର ଶହ ଶହ ଲୋକ। ସେପଟେ ଫୋର୍ସ ମୁତୟନ ସହ କାମ ଜାରି ରଖିଛି ପ୍ରଶାସନ। ଆନ୍ଦୋଳନକାରୀମାନେ ପୁଲିସ ବ୍ୟାରିକେଡକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

ଭାରିଗଦାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଭାରିଗଦା, ବାଳକାଟି ଓ ବରୁଣାଡିଆ ପଞ୍ଚାୟତରେ ୨ ମାସ ପାଇଁ କଟକଣା ଲଗାଇଛି ପ୍ରଶାସନ। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୬୮ କୋଟି ଟଙ୍କା। ପ୍ରକଳ୍ପ ଜରିଆରେ ଭଦ୍ରକର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳରେ ନଦୀ ଶୁଖିଯିବ ଏବଂ ଲୁଣା ପାଣି ମାଡିଆସିବ। ଫଳରେ ଚାଷ କାମ ପ୍ରଭାବିତ ହେବ ବୋଲି ଆଶଙ୍କା କରି ଆନ୍ଦୋଳନକାରୀ ବିକ୍ଷୋଭ କରୁଛନ୍ତି।

Leave A Reply

Your email address will not be published.