Odisha Link
Bridging the Missing Links in Odisha

୧୦ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ: ଜଳାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ବେଳେ ୩ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ପୁଲିସ।ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲମତାପୁଟ ପୋଲିସ ୭ଜଣିଆ ଟିମ୍ ଟିକାପୁଟ ଛକ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇଥିଲା।

କାରକୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ୫ଟି ବସ୍ତାରେ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। 

କାରକୁ ଛାଡି ୪ଜଣ ମାଫିଆ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲେ। ପୋଲିସ ପିଛା କରି ୩ ଜଣଙ୍କୁ କାବୁ କରିଥିଲା। ମୁଖ୍ୟ ଅଭିଯୁକ୍ତ ଫେରାର ହେଇଯାଇଛି। ଗିରଫ ଯୁବକମାନେ ହେଲେ ରାଜସ୍ଥାନର ମହମଦ ଆଝାରୁଦ୍ଦୀନ, ଜିତେନ୍ଦ୍ର ସିଂହ ଓ ଦାନ୍ତେଶ କୁମାର। ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଲେ କିଶନ କୁମାର ସାହା। ଗିରଫ ଯୁବକଙ୍କଠାରୁ ୪ଟି ମୋବାଇଲ ଏବଂ ଏଟିଏମ୍ କାର୍ଡ ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.