Odisha Link
Bridging the Missing Links in Odisha

ଆଫାଗାନିସ୍ତାନର ସ୍ଥିତି ପାଇଁ ପଳାଳତ ରାଷ୍ଟ୍ରପତି ଘନି ଦାୟୀ: ଜୋ-ବାଇଡେନ

ଓ୍ବାଶିଂଟନ: ଆଫଗାନିସ୍ତାନ ସ୍ଥିତି ନେଇ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିରେ ସେ ଏବେ ବି କାଏମ ଅଛନ୍ତି।

ଜୋ-ବାଇଡେନ କହିଛନ୍ତି, ଆଫାଗାନିସ୍ତାନରେ ଦୀର୍ଘଦିନ ଆମେରିକା ଲଢିଥିଲେ ଋଷ ଓ ଚୀନକୁ ଫାଇଦା ହୋଇଥାନ୍ତା। ଆମେ ପୂର୍ବର ଭୁଲକୁ ଦୋହରାଇବାକୁ ଚାହୁଁନଥିଲୁ। ସେଥିପାଇଁ ଆଫଗାନିସ୍ତାନରୁ ହଟିବା ବିକଳ୍ପ ଚିନ୍ତା କଲୁ। ଆଉ ଏହି ନିଷ୍ପତ୍ତିରେ ତାଙ୍କୁ କୌଣସି ପଶ୍ଚାତାପ ହୋଇନାହିଁ।

ସେ ଆହୁରି କହିଛନ୍ତି, ଗତ ୨୦ ବର୍ଷ ମଧ୍ୟରେ ଆଫାଗାନିସ୍ତାନ ପାଇଁ ଆମେରିକା ଅନେକ ତ୍ୟାଗ କରିଛି। ଭବିଷ୍ୟତରେ ଆଫଗାନିସ୍ତାନ ଲୋକଙ୍କୁ ଆମେରିକା ସହୟତା ଯୋଗାଇ ଦେବ ବୋଲି ସେ ଘୋଷଣା କରିଛନ୍ତି। ଆଫାଗାନିସ୍ତାନର ସ୍ଥିତି ପାଇଁ ସେ ପଳାଳତ ରାଷ୍ଟ୍ରପତି ଅସରଫ ଘନିକୁ ଦାୟୀ କରିଛନ୍ତି। ବାଇଡେନ କହିଛନ୍ତି, ବିନା ଲଢେଇରେ ସେ ଆଫଗାନିସ୍ତାନରୁ ପଳେଇଛନ୍ତି। ଫଳରେ ବହୁ ଶୀଘ୍ର ଆଫଗାନିସ୍ତାନ ସରକାରର ପତନ ହୋଇଛି।

Leave A Reply

Your email address will not be published.