Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ଭାରତୀୟ ହକି ଟିମ୍

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍। ଉଭୟ ଦଳର ଖେଳାଳି ଆଜି ଦିନ ୧୧ଟାରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବେ। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିଙ୍କୁ ଭେଟିବେ। ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ।

ମହିଳା ହକି ଦଳ ମଧ୍ୟ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଂଜ ମେଡାଲ ମ୍ୟାଚରେ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ହୃଦୟ ଜିତିଥିଲେ ମହିଳା ହକି ଖେଳାଳି। ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବାବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି।

ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ରହିବା ପାଇଁ ରାଜଧାନୀର ସ୍ୟାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ହକି ଖେଳାଳିଙ୍କ ରହଣି ବେଳେ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.