Odisha Link
Bridging the Missing Links in Odisha

ତାଲିବାନ ରାଜୁତିରେ କାବୁଲ ଅଧିକ ସୁରକ୍ଷିତ: ଋଷିଆ

ଋଷିଆ: ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଆଫଗାନିସ୍ତାନ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲା ଋଷିଆ, ତାଲିବାନୀଙ୍କୁ ସପକ୍ଷରେ ମତ ରଖିଛନ୍ତି ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ। ଏଥିସହ ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ।

ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ।

ସେପଟେ, ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ତାଲିବାନୀ ମାନେ ଖୁସିଲେ ନାଚିବା ସହ ଦୋଳି ଖେଳିବାର ଚିତ୍ର ସାମ୍ନାକୁ ଆସିଛି। ଏହା ସହ ଜିମରେ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳିଛି। ତାଲିବାନ ମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ଦେଖାଦେଇଛି।

Leave A Reply

Your email address will not be published.