Odisha Link
Bridging the Missing Links in Odisha

ମନ୍ଦିର ଛାଡ଼ି ଯିବାକୁ ମନାକଲେ ପୂଜକ, କହିଲେ ତାଲିବାନୀ ମାରିଦେଲେ…

କାବୁଲ: ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ। ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ି ଯିବାକୁ ମନାକରିଛନ୍ତି। ମନ୍ଦିର ପୂଜକ କହିଛନ୍ତି, ତାଲିବାନ ମାରିଦେଲେ ତାହାକୁ ସେବା ବୋଲି ଭାବିବି।

ରତନନାଥ ମନ୍ଦିରରେ ଥିବା ପୂଜକ ପଣ୍ଡିତ ରାଜେଶ କୁମାର ମନ୍ଦିର ଛାଡ଼ି କୁଆଡ଼େ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଯଦି ତାଲିବାନ ହାତରେ ତାଙ୍କୁ ମରିବାକୁ ହୁଏ ସେ ଏହାକୁ ସେବା ବୋଲି ଭାବିବେ। ତାଙ୍କ ପୂର୍ବଜମାନେ ବର୍ଷ ବର୍ଷ ଧରି ଏହି ମନ୍ଦିରର ପୂଜା କରିଆସୁଛନ୍ତି, ତେଣୁ ଏହି ମନ୍ଦିର ଛାଡ଼ି ସେ କୁଆଡ଼େ ଯିବେ ନାହିଁ ବୋଲି ସେ କହିଛନ୍ତି। ରାଜଧାନୀ କାବୁଲ କବଜା କରିବା ପରଠାରୁ ଅଫଗାନିସ୍ତାନ ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ବଢୁଛି।