Odisha Link
Bridging the Missing Links in Odisha

ଆଫଗାନବାସୀଙ୍କୁ ସମ୍ବୋଧନ କଲେ ଘନି, କହିଲେ…

ୟୁଏଇ: ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ। ସେ କହିଛନ୍ତି, ରକ୍ତାକ୍ତ ସଂଘର୍ଷ ଏଡ଼ାଇବାକୁ ଦେଶ ଛାଡ଼ିଲେ। ମୋ ଇଚ୍ଛା ବିରୋଧରେ ଦେଶରୁ ମୋତେ ବାହାରକୁ ପଠାଗଲା। ଯେଉଁମାନେ କହୁଛନ୍ତି ପଳାୟନ କଲି, ସେମାନେ ସତକଥା ଜାଣିବା ଜରୁରୀ।

ସେ ଆହୁରି କହିଛନ୍ତି, ଆଫଗାନିସ୍ତାନର ସୁରକ୍ଷା କାରଣରୁ ଦୂରେଇ ବାକୁ ପଡିଲା। ତାଲିବାନ ସହ ହୋଇଥିବା ଆଲୋଚନା ଫଳପ୍ରଦ ନଥିଲା। ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନକୁ କ୍ଷମତା ହସ୍ତାନ୍ତର ଚାହୁଁଥିଲି। କାବୁଲର ଜନସାଧାରଣଙ୍କୁ ଅଘଟଣରୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନେବାକୁ ପଡିଲା।। କାବୁଲରେ ରହିଥିଲେ ରକ୍ତାକ୍ତ ମୁହୂର୍ତ୍ତ ଦେଖିବାକୁ ପଡିଥାନ୍ତା। ସୁରକ୍ଷା ଅଧିକାରୀଙ୍କ କହିବା ପରେ ଦେଶ ଛାଡିଲି। ଟଙ୍କା ନେଇ ଦେଶରୁ ଫେରାର୍ ହୋଇଯାଇ ଥିବା କହିବା ଅଯଥାର୍ଥ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସଂକଟମୟ ପରିସ୍ଥିତି ବେଳେ ୟୁଏଇରେ ଶରଣ ନେଇଛନ୍ତି ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅସରଫ ଘନି। ତାଙ୍କର ପୁରା ପରିବାର ୟୁଏଇର ଆବୁଧାବିରେ ଶରଣ ନେଇଥିବା ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ୟୁଏଇ ସରକାର କହିଛନ୍ତି, ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କ ପରିବାରକୁ ଶରଣ ଦିଆଯାଇଛି।

Leave A Reply

Your email address will not be published.