Odisha Link
Bridging the Missing Links in Odisha

ତାଲିବାନର ଆତଙ୍କରାଜ ବିରୋଧରେ ମନ୍ତବ୍ୟ ଦେଲେ ମୋଦି, କହିଲେ…

ଗୁଜୁରାଟ: ତାଲିବାନ ଆଫଗାନିସ୍ତାନକୁ କବଜା କରି ଆତଙ୍କ ରାଜ ଚଳାଉଛି। ଏହାରି ମଧ୍ୟରେ ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଫଗାନିସ୍ତାନରେ ତାଲିବାନ ରାଜୁତିକୁ ନେଇ ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ତାଲିବାନ ରାଜୁତି ନେଇ ମୋଦି କହିଛନ୍ତି, ବିଶ୍ୱକୁ ଶାନ୍ତିର ବାର୍ତା ଦେଉଛି କିନ୍ତୁ ଦେଶରେ ଆତଙ୍କ ରାଜ ଚଳାଉଛି। ହେଲେ ଆତଙ୍କର ସାମ୍ରାଜ୍ୟ ବେଶୀ ଦିନ ତିଷ୍ଟିକି ରହିପାରେ ନାହିଁ। ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ। ଆତଙ୍କ ଖେଳାଇ ସାମ୍ରାଜ୍ୟ ଗଠନ କରିବା ଲୋକେ ଅଳ୍ପ ସମୟ ପାଇଁ ରାଜୁତି କରିପାରିବେ, ହେଲେ ସବୁଦିନ ପାଇଁ ମାନବିକତାକୁ ଚାପିପାରିବେ ନାହିଁ। ଶୁକ୍ରବାର ଗୁଜରାଟ ସୋମନାଥ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗୁଜରାଟ ସୋମନାଥ ମନ୍ଦିରର ନବୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରର ମହାନତା ବିଷୟରେ ବଖାଣିଛନ୍ତି। ମୋଦି କହିଛନ୍ତି ସୋମନାଥ ମନ୍ଦିରକୁ ଅନେକ ଥର ଭଙ୍ଗାଯାଇଛି। ଭଗବାନଙ୍କ ପ୍ରତିମାଙ୍କୁ ଭାଙ୍ଗି ଦିଆଯାଇଛି। ଏପରିକି ମନ୍ଦିରର ଅସ୍ତିତ୍ୱକୁ ପୋଛି ଦେବାକୁ ମଧ୍ୟ ପ୍ରୟାସ କରାଯାଇଛି। ହେଲେ ଏହି ମନ୍ଦିର ନିଜ ଗରିମା ସହ ପୁନଃ ଛିଡାହୋଇଛି।

Leave A Reply

Your email address will not be published.