Odisha Link
Bridging the Missing Links in Odisha

ଫାର୍ମହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ନୟାଗଡର ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି` ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ ପରିବାର ସହ ଯୁବତୀ ଜଣକ ରଘୁନାଥପୁରରେ ଭଡାରେ ରହୁଥିଲେ। ତେବେ ଗତକାଲି ରାତିରେ କିନ୍ତୁ ସେ ଘରୁ ପଳାଇ ଆସିଥିଲେ। ଜେଇଇ ଏଣ୍ଟ୍ରାନ୍ସରେ ରେଜଲ୍ଟ ଭଲ ନେହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି।

ମୃତଦେହ ଉଦ୍ଧାର ପରେ ସମ୍ପୃକ୍ତ ଛାତ୍ରୀଙ୍କ ବାପା କହିଛନ୍ତି, ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମ ହାଉସ୍‌କୁ ପଶିଛି। ଏତେ ଅନ୍ଧାର ରାତିରେ, ଉଚ୍ଚ ପାଚେରୀ ଡେଇଁ ଆସିଲା କେମିତି ? ସେ ଆତ୍ମହତ୍ୟା କରିଥିବ ବୋଲି ମୁଁ ଭାବି ପାରୁନାହିଁ। ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି। କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇ ପାରନ୍ତି ବୋଲି ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, JEE ପରୀକ୍ଷାରେ ଝିଅର ଟିକେ ଖରାପ ହୋଇଥିଲା। ସେ ବହୁତ ମେଧାବୀ ଥିଲା ଏବଂ ଭଲ ଆର୍ଟ ମଧ୍ୟ କରୁଥିଲା। ପାଠପଢ଼ା ନେଇ ଘର ପକ୍ଷରୁ ତା’ ଉପରେ କୌଣସି ପ୍ରକାର ଚାପ ନଥିଲା।

Leave A Reply

Your email address will not be published.