Odisha Link
Bridging the Missing Links in Odisha

ତାଲିବାନୀଙ୍କୁ ହତ୍ୟା କରି ୩ ଜିଲ୍ଲା ଅକ୍ତିଆର

କାବୁଲ: ତାଲିବାନୀଙ୍କ ବିରୋଧରେ ବଢୁଛି ବିଦ୍ରୋହର ସ୍ବର। ତାଲିବାନୀଙ୍କୁ ହତ୍ୟା କରି ୩ଜିଲ୍ଲା ଅକ୍ତିଆର କରିଛନ୍ତି ଆଫଗାନ ଜନତା। ୬୦ରୁ ଊର୍ଦ୍ଧ୍ବ ତାଲିବାନୀଙ୍କୁ ହତ୍ୟା କରାଯାଇଛି ଏବଂ ପୋଲ-ଏ-ହେସର, ଦେହ ସଲାହ ଓ ବାନୁକୁ ୩ ଜିଲ୍ଲା ନିଜ ହାତକୁ ନେଇଛନ୍ତି ଆଫଗାନି ଜନତା।

ତାଲିବାନ ବିରୋଧରେ ସ୍ବର ଶାଣିତ କରୁଥିବା ଏହି ପ୍ରତିରୋଧୀ ଦଳ ଏବେ ଅନ୍ୟ ଜିଲ୍ଲାରୁ ତାଲିବାନକୁ ହଟାଇବାକୁ ଯୋଜନା ଚଳାଇଛନ୍ତି। ଖୁବ୍ ଶୀଘ୍ର ଆଉ କିଛି ଜିଲ୍ଲା ବି ବିରୋଧୀଙ୍କ ଅକ୍ତିଆରକୁ ଯିବା ନିଶ୍ଚିତ ହୋଇଛି। କାବୁଲର ଉତ୍ତର ଭାଗରେ ପୋଲ-ଏ-ହେରାସ ଜିଲ୍ଲା ରହିଛି। ଏହା ପଞ୍ଜଶିର ଉପତ୍ୟକାକୁ ଲାଗି ହୋଇ ରହିଛି। ତାଲିବାନ ସମସ୍ତ ଅଞ୍ଚଳକୁ ଯଦିଓ ଦଖଲ କରିଛନ୍ତି ବୋଲି କହୁଛନ୍ତି ହେଲେ ପଞ୍ଜଶିରରେ ଏବେ ବି ତାଲିବାନ ପ୍ରବେଶ କରି ପାରି ନାହାନ୍ତି।

ତାଲିବାନ ପାଇଁ ଦେଶ ଭିତରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପଞ୍ଜଶିର ବୋଲି ଜଣାପଡ଼ିଛି। ଆଫଗାନିସ୍ତାନର ଘନି ସରକାରରେ ଉପରାଷ୍ଟ୍ରପତି ଅମରୁଲ୍ଲା ସେଲହ ମଧ୍ୟ ଏବେ ପଞ୍ଜିଶିରାରେ ରହିଛନ୍ତି। ଘନି ଦେଶ ଛାଡ଼ି ୟୁଏଇଇ ପଳାଇବା ପରେ ସେ ଦେଶର ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.