Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ଡ. ମୋହନ ଭାଗବତ। ୨୪ ତାରିଖ ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ୫ ଦିନିଆ ଗସ୍ତ ସାରି ସେ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

ଶ୍ରୀ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ଡ. ଭାଗବତ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ। ଅଗଷ୍ଟ ୨୬ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ। ପରେ ସେ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ।

Leave A Reply

Your email address will not be published.