Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଆଜି ଘୋଷଣା ହେବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌ ପାଇଁ ଆଜି ଘୋଷଣା ହେବ ଟିମ୍‌ ଇଣ୍ଡିଆ। କେଉଁ ଖେଳାଳିଙ୍କୁ ଦଳରେ ମିଳିବ ସ୍ଥାନ କେଉଁ ଖେଳାଳି ପଡ଼ିବେ ବାଦ୍। ଏସବୁ ପ୍ରଶ୍ନର ଉତ୍ତର ଆଜି ରାତି ୯ଟାରେ ମିଳିଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି।

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ। ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହ ରହିଛି। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳଯିବ। ଆଜି ୧୫ ଜଣିଆ ଦଳ ଘୋଷଣା କରାଯିବ। ଦଳ ସହ ୩ ଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ୟୁଏଇ ପଠାଯିବ।

Leave A Reply

Your email address will not be published.