Odisha Link
Bridging the Missing Links in Odisha

ଚିଲିକା ବିଧାୟକଙ୍କ ଦବଙ୍ଗଗିରି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଚର୍ଚ୍ଚାରେ। ତାଙ୍କ ନାମରେ ଆସିଛି ବଡ଼ ଅଭିଯୋଗ। ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଗଦ୍ଦେବ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ପିଟିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସେଠୀ।

ମିଳିଥିବା ସୂଚନାମୁତାବିକ, ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନଏସି କାର୍ଯ୍ୟାଳୟକୁ ପଚାରିବାକୁ ଯାଇଥିଲେ ନିରଞ୍ଜନ। ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟି କ’ଣ ପାଇଁ ଭତ୍ତା ବଣ୍ଟନରେ ବିଳମ୍ବ ହେଉଛି ସେନେଇ ପଚାରିବାକୁ ଯାଇଥିଲେ ନିରଞ୍ଜନ।

ପରେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ତେବେ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ବିଜେପି କର୍ମୀ ତାତିଛନ୍ତି। ମାଡ଼ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀ ଧାରଣା ଦେବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ।

Leave A Reply

Your email address will not be published.