Odisha Link
Bridging the Missing Links in Odisha

ଡିସେମ୍ବରରେ ଶେହନାଜଙ୍କୁ ବିବାହ କରିଥାନ୍ତେ ସିଦ୍ଧାର୍ଥ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୪୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଶେହନାଜ ଗିଲ ଭାଙ୍ଗି ପଡିବା ସହ ମାନସିକ ସ୍ଥିତି ଭଲ ନାହିଁ। ଏହାରି ମଧ୍ୟରେ ସିଦ୍ଧାର୍ଥ ଓ ଶେହନାଜ ଆଗାମୀ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଥିଲେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ କିଛି କିଛି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଓ ଶେହନାଜ ନିର୍ବନ୍ଧ କରିସାରିଥିଲେ। ଦୁହେଁ ଡିସେମ୍ବର ବାହାହେବାକୁ ଯୋଜନା କରିଥିଲେ। ଏଥିପାଇଁ ହୋଟେଲ ଦେଖିବା ଆରମ୍ଭ କରିଦେଇଥିଲେ। ସିଦ୍ଧାର୍ଥ ଓ ଶେହନାଜଙ୍କ ଅନେକ ଫଟୋ ଭାଇରାଲ ହୋଇଛି ଯାହା ପ୍ରମାଣ କରେ ଉଭୟଙ୍କ ସମ୍ପର୍କ କେତେ ଗଭୀର। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଶେହନାଜ ଭାଙ୍ଗି ପଡିଛନ୍ତି।

ସିଦ୍ଧାର୍ଥ ଖୋଲାଖୋଲି ଭାବେ ଶେହନାଜଙ୍କ ସହ ସମ୍ପର୍କରେ ଥିବା କହିନଥିଲେ। କିନ୍ତୁ ଶେହନାଜ ସିଦ୍ଧାର୍ଥଙ୍କ ସହ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରିଥିଲେ। ନିଜର ବିନ୍ଦାସ ଅନ୍ଦାଜ ପାଇଁ ଜଣାଶୁଣା ଶେହନାଜ ଗିଲ ବିଗ ବସରେ କରଣ ଜୋହରଙ୍କ ସାମ୍ନାରେ ଏତିକି ବି କହିଥିଲେ ଯେ ତାଙ୍କ ସମ୍ପର୍କ କେବେ ଭାଙ୍ଗିବନି। ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ଯୋଗୁଁ ଉଭୟଙ୍କ ସମ୍ପର୍କ ଅଧା ରହିଗଲା।

Leave A Reply

Your email address will not be published.