Odisha Link
Bridging the Missing Links in Odisha

ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଶୁଭାରମ୍ଭ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସମସ୍ତଙ୍କୁ ନୂଆଁଖାଇ ଜୁହାର୍ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆଁଖାଇ କେବଳ ପର୍ବ ନୁହେଁ, ଏହା ଆମର ପରିଚୟ। ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟର ପ୍ରାଣ କେନ୍ଦ୍ର ହେଉଛି ସମ୍ବଲପୁର। ସମ୍ବଲପୁରୀ ଭାଷାରେ ମିଠା ଭରି ରହିଛି। ସମ୍ବଲପୁରୀ ନୃତ୍ୟ ଅତି ମନଛୁଆଁ। ସମ୍ବଲପୁରୀ ଓଡ଼ିଶା ନୁହେଁ ସାରା ଦେଶରେ ପ୍ରସିଦ୍ଧ। ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମ ଦ୍ୱାରା ପର୍ଯ୍ୟଟକ ଇତିହାସ ବିଷୟରେ ଜାଣିପାରିବେ।

ସାଢେ ୭ କୋଟି ଟଙ୍କାରେ ସମଲେଶ୍ୱରୀ ମନ୍ଦିରରେ ନିର୍ମିତ ହୋଇଛି ଏହି ଲାଇଟ୍ ଓ ସାଉଣ୍ଡ ସିଷ୍ଟମ୍। ଏହି ପ୍ରକଳ୍ପ ଜରିଆରେ ୪ ଟି ଭାଷାରେ ମନ୍ଦିରର ଓ ମା’ ସମଲେଇଙ୍କ ଗାଥା ଜାଣିପାରିବେ ଶ୍ରଦ୍ଧାଳୁ। ଓଡ଼ିଆ, ହିନ୍ଦୀ, ଇଂରାଜୀ ସହ ସମ୍ବଲପୁର ଭାଷାରେ ତଥ୍ୟ ମିଳିବ। ଆଜିର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.