Odisha Link
Bridging the Missing Links in Odisha

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ +୨ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଅଫଲାଇନ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆଡମିଶନ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି +୨ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି। ସେହିପରି ବିଜେପିରେ କଳା-୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି।

ଆଜିଠାରୁ ୨୧ ତାରିଖ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ। ଆସନ୍ତା ୨୭ରେ +୨ ଦ୍ୱିତୀୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟାରେ ପାସହାର ହୋଇଥିବାରୁ +୨ରେ ୫୦ ପ୍ରତିଶତ ସିଟ୍ ବଢ଼ିଛି। ସେହିପରି ରାଜ୍ୟରେ ଗତକାଲିଠାରୁ +୩ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କର ନାମଲେଖା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.