ମା’ ହେବାକୁ ଯାଉଛନ୍ତି କାଜଲ ଅଗ୍ରୱାଲ

ମା’ ହେବାକୁ ଯାଉଛନ୍ତି କାଜଲ୍
ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ୍ ଅଗ୍ରୱାଲ। କାଜଲ ପ୍ରାୟତଃ ସୋସିଆଲ ମିଡିଆରେ ସ୍ୱାମୀ ଗୌତମ କିଚଲୁଙ୍କ ସହ ସୁନ୍ଦର ମୁହୂର୍ତ୍ତର ଫଟୋ ସେୟାର କରନ୍ତି। ବିବାହର ୧୧ ମାସ ପରେ, ସୂଚନା ମିଳିଛି ଯେ କାଜଲ ଅଗ୍ରୱାଲ ଗର୍ଭବତୀ ଅଛନ୍ତି।
ଯଦିଓ କାଜଲ ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି, କିନ୍ତୁ କୁହାଯାଉଛି ଯେ, ସେ ଖୁବ୍ ଶୀଘ୍ର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିପାରିବେ। କାଜଲ ତାଙ୍କ ଆଗାମୀ ଫିଲ୍ମ ନିର୍ମାତାଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। କାଜଲ ଆଚାର୍ଯ୍ୟ ଏବଂ ଘୋଷ୍ଟ ନାମକ ଫିଲ୍ମରେ କାମ କରୁଛନ୍ତି।