Odisha Link
Bridging the Missing Links in Odisha

ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ

ପିପିଲି: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ। ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଘଟିଛି ଏଭଳି ଅଘଟଣ।। ପିପିଲି ଲୁଣା ନଦୀରେ ଗାଧୋଇ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ଭାଇ। ଦୁଇ ଜଣଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁଭବନ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତକ ଦୁଇ ଶିଶୁ ହେଉଛନ୍ତି ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ ପୁଅ। ଜଣଙ୍କର ବୟସ ୭ ବର୍ଷ ଓ ଅନ୍ୟ ଜଣଙ୍କର ୩ ବର୍ଷ ହୋଇଥିବା ସୂଚନା। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ନାଗଣ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.