Odisha Link
Bridging the Missing Links in Odisha

ଶାଢ଼ୀ ପିନ୍ଧିଥିବାରୁ ରେସ୍ତୁରାଁକୁ ଭିତରକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀର ଏକ ରେସ୍ତୁରାଁରେ ଅଭାବନୀୟ ଦୃଶ୍ୟ ଦେଥିବାକୁ ମିଳିଛି ଯାହା ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାଢ଼ୀ ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ରେସ୍ତୁରାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନାହାଁନ୍ତି ରେସ୍ତୁରାଁ କର୍ମଚାରୀ। ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି,ଜଣେ ମହିଳା କର୍ମଚାରୀ କହୁଛନ୍ତି, ଯେ ଆମେ କେବଳ ସ୍ମାର୍ଟ କାଜୁଆଲ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥାଉ ଏବଂ ଶାଢ଼ୀ ସେହି ପରିଧାନ ତାଲିକାରେ ନାହିଁ।

ମହିଳା ଜଣଙ୍କୁ ଭିଡିଓକୁ ଟୁଇଟରରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଆକ୍ୱିଲା ରେସ୍ତୁରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କ ପ୍ରବେଶକୁ ଅନୁମତି ଦେଉନାହାଁନ୍ତି। କାରଣ ଭାରତୀୟ ଶାଢ଼ୀ ବର୍ତମାନ ସ୍ମାର୍ଟ ପୋଷାକ ତାଲିକାରେ ନାହିଁ। ଦୟାକରି ସ୍ମାର୍ଟ ପୋଷାକକୁ ବ୍ୟାଖ୍ୟା କରନ୍ତୁ, ଏହା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିବି। ଏହି ଭିଡିଓ ଦେଖିବା ପରେ ସାରାଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.