Odisha Link
Bridging the Missing Links in Odisha

ବାୟୁସେନା ବିମାନ ଦୁର୍ଘଟଣା: ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ବର: ବାୟୁସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ। ବୁଧବାର ହୋଇଥିବା ବିମାନ ଦୁର୍ଘଟଣାରେ ମୃତ ୧୩ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ। ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି ।

ବୁଧବାର ଦିନ ମଧ୍ୟାହ୍ନ ସମୟରେ ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଏହି ଦୁର୍ଘଟଣାରେ ସିଡିଏସ୍‌ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ରାଣା ପ୍ରତାପ ଦାସ ରହିଛନ୍ତି । ତାଙ୍କ ଘର ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ । ରାଣା ପ୍ରତାପ ଦାସ ବାୟୁ ସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ସିଡିଏସ୍‌ ଓ ସେନାର ଅଧିକାରୀଙ୍କୁ ନେଇ ହେଲିକପ୍ଟରଟି ତାମିଲନାଡୁ ନିକଟବର୍ତ୍ତୀ ସୁଲୁର ଏୟାରବେସ୍‌ରୁ ଉଟ୍ଟିର ୱେଲିଂଟନ୍‌ ଅଭିମୁଖେ ଯାଉଥିଲା । ୱେଲିଂଟନ୍‌ରେ ସଶସ୍ତ୍ର ବାହିନୀର କଲେଜ ଥିବାବେଳେ ସେଠାରେ ଏକ କାର୍ଯ୍ୟକ୍ରମରେ ରାୱତ୍‌ ଅଭିଭାଷଣ ରଖିବାର ଥିଲା । ସେହି କାର୍ଯ୍ୟକ୍ରମ ପରେ ସେ ନୂଆଦିଲ୍ଲୀ ଅଭିମୁଖେ ବାହାରିଥାନ୍ତେ । ତେବେ ଦୁର୍ଭାଗ୍ୟବଶତଃ ଅବତରଣ ସ୍ଥଳଠାରୁ ମାତ୍ର ୧୬ କିମି ଦୂରରେ ପ୍ରାୟ ୧୨.୨୦ରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପ୍ରଥମେ ଜାଣିବା ପରେ ତୁରନ୍ତ ଉଦ୍ଧାର ଅଭିଯାନରେ ଲାଗି ପଡ଼ିଥିଲେ ।

Leave A Reply

Your email address will not be published.