Odisha Link
Bridging the Missing Links in Odisha

ପଞ୍ଜାବରେ ଆପ୍‌ର ବିପୁଳ ବିଜୟ, ଓଡ଼ିଶାରେ ନେତାଙ୍କ ସେଲିବ୍ରେସନ୍‌

ଓଏଲ୍‌ ବ୍ୟୁରୋ: ଜାତୀୟ ଦଳ ଗୁଡ଼ିକୁ ଚକମା ଦେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦମୀ ପାର୍ଟି। ପଞ୍ଜାବ ନିର୍ବାଚନ ଫଳାଫଳ ସମସ୍ତଙ୍କ ଚକିତ କରିଛି। କାରଣ ଫାଇନାଲ ରେଜଲ୍ଟରେ ଆମ୍‌ ଆଦାମୀ ପାର୍ଟିକୁ ବହୁମତ ମିଳିଛି। ତେଣୁ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରବା ଏକପ୍ରକାର ନିଶ୍ଚିତ।

ପଞ୍ଜାବରେ ଆପ୍‌ ଦଳକୁ ପ୍ରଚଣ୍ଡ ବହୁମତ ମିଳିଥବା ବେଳେ ଓଡ଼ିଶାରେ ବିଜୟ ଉତ୍ସବ ପାଳନ କରିଛି ଆମ୍‌ ଆଦମୀ ପାର୍ଟି। କେନ୍ଦୁଝର ଘଷିପୁରା ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଉଛି। ଶୈଲଙ୍ଗ ଛକରେ ଆମ ଆଦମୀ ପାର୍ଟିର କର୍ମୀମାନେ ଲୋକମାନଙ୍କୁ ମିଠା ଖୁଆଇବା ସହ ବାଣ ଫୁଟାଇ ଖୁସି ପାଳନ କରିଥିଲେ।

ପଞ୍ଜାବରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଉପରେ ଗୁରୁତ୍ବ ଦେଇ ଆଜି ଏହି ସଫଳତା ମିଳିଛି । ଏହାର ପ୍ରତିଫଳନ ଆଗାମୀ ଦିନରେ ଓଡିଶାର ଘରେ ଘରେ ପହଞ୍ଚିବ ବୋଲି ଘଷିପୁରାର ଆମ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.