Odisha Link
Bridging the Missing Links in Odisha

ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

ଓଏଲ ବ୍ୟୁରୋ : କୃଷକ ଓ କୃଷି ପ୍ରଧାନ ରାଜ୍ୟରେ ରାଜ୍ୟ ସରକାରଙ୍କ ଅତୁଳନୀୟ ଅବଦାନ । ଆଜି ହେଉଛି ମାର୍ଗଶିର ମାସ ପ୍ରଥମ ଗୁରୁବାର। ଏହି ଅବସରରେ ଆଜିଠୁ ମାଣ୍ଡିଆ ଦିବସ ପାଳନ ହେଉଛି ସାରା ରାଜ୍ୟରେ । ମାଣ୍ଡିଆ ଚାଷ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ହେଉଥିବାର ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଚାଷ ଉପରେ ଗୁରୁତ୍ୱ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟତା ହୋଇଛି ।

କିଛି ମାସ ପୂର୍ବେ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି ମିଲେଟ ମିଶନ । ଯାହା ଦ୍ଵାରା ଉପକୃତ ହେବେ ଚାଷୀ ମାନେ । ଚାଷ ଓ ଚାଷୀ ଉପରେ ଗୁରୁତ୍ୱ ଦିଆଯାଇ ବାହାରିଛି ମାସ୍କଟ ‘ମିଲି’ । ପୂର୍ବରୁ ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ବର୍ତ୍ତମାନ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ୧୯ଟି ଜିଲ୍ଲା ୧୪୨ ବ୍ଲକରେ ମିଲେଟ ମିଶନ ଚାଷୀଙ୍କୁ ନେଇ କାମ କରିବ। ରାଜ୍ୟର ଆୟ ବୃଦ୍ଧି ସହ ଚାଷୀର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହାୟତା ଦେବ ମିଲେଟ ମିଶନ । ଉନ୍ନତମାନର ବିହନ ଯୋଗାଇଦେବା ସହ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ କରାଯାଉଛି।

ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ପାଇଁ ପଦକ୍ଷେପ ସହ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି । ମିଲେଟ ମିଶନ ଆଗାମୀ ଦିନରେ ଚାଷୀ ସହ ଚାଷ କୁ ବହୁତ ଉର୍ଦ୍ଧ୍ବରେ ପହଞ୍ଚାଇବ ଆଶା କରାଯାଇଛି।

Leave A Reply

Your email address will not be published.