Odisha Link
Bridging the Missing Links in Odisha

ମହାବାହୁଙ୍କୁ ଦର୍ଶନ କଲେ ମହାମହିମ, ଦେଲେ ତୁଳସୀ ମାଳ

ପୁରୀ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଦୀପ ଜାଳିବା ସହିତ ମହାପ୍ରଭୁଙ୍କ ତୁଳସୀ ମାଳ ଭେଟି ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ। ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁତ ଜନ ସମାଗମ ଦେଖିବାକୁ ମିଳିଥିଲା ।

ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ଓଲ୍ହାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଆ ମାଟିର ଝିଅଙ୍କୁ ଦେଖିବା ପାଇଁ ଜନ ସାଧାରଣ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ସମ୍ମୁଖରେ ସ୍ୱାଗତ କରିଥିଲେ ଗଜପତି ମହାରାଜ। କାରରୁ ଓଲ୍ହାଇ ଚାଲି ଚାଲି ବଡ ଦାଣ୍ଡରେ ଯାଇଥିଲେ ରାଷ୍ଟ୍ରପତି।

ସେ ମହାବାହୁଙ୍କୁ ଦର୍ଶନ କରିବା ସହିତ ଦୀପ ଜାଳି ଥିଲେ। ଏଥିସହିତ ମହାବାହୁଙ୍କୁ ତୁଳସୀ ମାଳ ଦେଇଥିଲେ। ଏହାପରେ କିଛି ସମୟ ମନ୍ଦିରରେ ବିତାଇବା ପରେ ସେ ପୁରୀସ୍ଥିତ ରାଜ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ଅବଢ଼ା ସେବନ କରିବେ।

Leave A Reply

Your email address will not be published.