Odisha Link
Bridging the Missing Links in Odisha

ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ

ଗତ ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମାକୁ ନେଇ ଅସନ୍ତୁଷ୍ଟ ଥିଲେ ଅଜୟ ମାକେନ ।

ଓଏଲ୍ ବ୍ୟୁରୋ : ରାଜସ୍ଥାନ କଂଗ୍ରେସରେ କନ୍ଦଳ ଲାଗିରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ମଧ୍ୟରେ କ୍ଷମତା ପାଇଁ ଲଢେଇ ଜାରିରହିଛି । ଏହି କନ୍ଦଳ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମାକୁ ନେଇ ଅସନ୍ତୁଷ୍ଟ ଥିଲେ ଅଜୟ ମାକେନ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ନିଜ ପଦ ଛାଡିବାକୁ ଶେଷ ମୁହୂର୍ତ୍ତରେ ମନା କରିଥିଲେ।କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥୀ ହୋଇଥାନ୍ତେ କିନ୍ତୁ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । ଏସଆଇସିସି ମଧ୍ୟ ସମସ୍ତ ପ୍ରସ୍ତୁତି କରିଥିବାବେଳେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ହେବାକୁ ଥିବା ବୈଠକ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରିଥିଲେ ।

ଅଶୋକ ଗେହଲଟଙ୍କ ସମର୍ଥନରେ ଥିବା ୯୦ ବିଧାୟକ ବୈଠକରେ ସାମିଲ ହେବାକୁ ମନା କରିଥିଲେ ଏବଂ ବାଚସ୍ପତିଙ୍କୁ ନିଜ ଇସ୍ତଫା ଦେବା ପାଇଁ ମଧ୍ୟ ବାହାରିଥିଲେ । ଅଜୟ ମାକେନ ଆଶା କରିଥିଲେ ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ଉପରେ ଦଳର ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ହେଲେ ଏପରି କିଛି ହେଲା ନାହିଁ । ସୂତ୍ରରୁ ଯାହା ଅନୁମାନ କରାଯାଉଛି ଏହି ଘଟଣା ଅଜୟ ମାକେନଙ୍କୁ କଂଗ୍ରେସ ପ୍ରଭାରୀ ପଦ ଛାଡିବାକୁ ବାଧ୍ୟ କରିଥିବ ।

Leave A Reply

Your email address will not be published.