Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚିଠିରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ବୀମା ରାଶି ପାଇନଥିବା ଉଲ୍ଲେଖ ରହିଛି ।

ଓଏଲ୍ ବ୍ୟୁରୋ : ଓଡ଼ିଶାର ଅନେକ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମାରାଶି ଦେବା ନେଇ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗଠିତy ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚିଠିରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ବୀମା ରାଶି ପାଇନଥିବା ଉଲ୍ଲେଖ ରହିଛି । ଏପରିକି ବୀମା ରାଶି ପ୍ରଦାନ ନେଇ ପୂର୍ବରୁ ବାରମ୍ବାର ଅବଗତ କରାଯାଇଥିଲେ ବି ବୀମା ରାଶି ଦେବାରେ ରାଜ୍ୟ ସରକାର ତତ୍ପରତା ଦେଖାଇନଥିବା ଚିଠିରେ ଉଲ୍ଲେଖ ଅଛି ।

ଏହା ସହ ରାଜ୍ୟ ସରକାର ନିୟମ ଭାଙ୍ଗିବାରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଥିବା ଚିଠିରେ ଦର୍ଶା ଯାଇଛି । ଓଡ଼ିଶାର ଚାଷୀଙ୍କ ଫସଲ ବୀମା ଓ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତକାଲି ଭେଟି ବିସ୍ତୃତ ଆଲୋଚନା କରିବା ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ଏହି ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ଫସଲ ବୀମାରାଶି ପାଇନଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ଗତ ୧୫ ନଭେମ୍ବରରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଇନପୁଟ୍ ସହାୟତା ଘୋଷଣା କରାଯିବା ଉପରେ କୃଷି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି । ଶ୍ରୀ ତୋମର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ସୁରକ୍ଷା ଦେଇ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଯୋଗ୍ୟ ଚାଷୀ ବୀମାରାଶି ପାଇପାରିବେ, ସେଥିପାଇଁ ସମସ୍ତ ଷ୍ଟେକହୋଲ୍ଡରଙ୍କ ସହିତ ଆଲୋଚନା କରି ୨୦୨୦ ଖରିଫ ଋତୁରୁ ସଂଶୋଧିତ ପରିଚାଳନା ନିର୍ଦ୍ଦେଶାବଳୀ ପ୍ରଚଳନ କରିଥିଲେ । ଯେଉଁଥିରେ ପ୍ରତ୍ୟେକ ଷ୍ଟେକ୍ ହୋଲଡରଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା ।

ରାଜ୍ୟ ସ୍ତରରେ ବିବାଦ ଗୁଡ଼ିକର ସମାଧାନ ପାଇଁ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟିର ବ୍ୟବସ୍ଥା କରାଯାଇଛି । ସେପ୍ଟେମ୍ବର୩୦, ୨୦୨୨ରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଟେକ୍ନିକାଲ ଆନାଲିସିସ୍ କରାଯାଇନଥିବା ବୈଷୟିକ ପରାମର୍ଶ କମିଟି ବୈଠକରେ ଜଣାପଡ଼ିଥିଲା । ଭାରତ ସରକାରଙ୍କ ବୈଷୟିକ ପରାମର୍ଶ କମିଟି ବୀମା କମ୍ପାନୀଙ୍କ ବିବାଦକୁ ଏମଏନସିଏଫସି ନିକଟକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା । ବୀମା ଦାବି ସମାଧାନ ହୋଇସାରିଥିବା ବେଳେ ବିବାଦ ଥିବା ୯ଟି ଜିଲ୍ଲା ମଧ୍ୟରୁ ଦାବୀ କରାଯାଇଥିବା ୭୨୩କୋଟି ଟଙ୍କା ମଧ୍ୟରୁ ୬୨୨କୋଟି ଟଙ୍କା ପ୍ରଦାନ କରାଯାଇସାରିଛି । ପ୍ରସଙ୍ଗଟିକୁ ଭାରତ ସରକାର ସମ୍ବେଦନଶୀଳତାର ସହିତ ତ୍ୱରିତ ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.