Odisha Link
Bridging the Missing Links in Odisha

ଲୋକଙ୍କୁ ଭଲ ଦେଶୀ ମଦ ଦେବୁ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରରେ ବିଷାକ୍ତ ମଦ ପିଇ ଗଲାଣି ୭୦ରୁ ଉର୍ଦ୍ଧ୍ବ ଜୀବନ। ସାରା ଦେଶରେ ବିହାର ମଦ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ମାନ୍‌ ସରକାର କହିଛନ୍ତି, ବେଆଇନ ଦେଶୀ ମଦ ଠାରୁ ଲୋକଙ୍କୁ ଦୁରେଇ ରଖିବାକୁ ପଞ୍ଜାବ ସରକାର ଏକ ବିକଳ୍ପ ଦିଗରେ କାମ କରୁଛନ୍ତି। ସରକାରଙ୍କ ତରଫରୁ ସୁଦ୍ଧ ଓ ସ୍ୱାସ୍ଥ୍ୟକର ଦେଶୀମଦ ଯୋଗାଇ ଦେବାକୁ ପଞ୍ଜାବ ସରକାର କାମ କରୁଥିବା କଥା ସେ କୋର୍ଟଙ୍କୁ ଅବଗତ କରାଇଛନ୍ତି।

ପଞ୍ଜାବ ସରକାର କୋର୍ଟଙ୍କୁ ଆହୁରି କହିଛନ୍ତି କି ତାଙ୍କ ସରକାର ବିଶାକ୍ତ ମଦ ବିକ୍ରିକୁ ପୁରା ଗମ୍ଭୀରତାର ସହ ଯାଞ୍ଚ କରୁଛନ୍ତି। ଏହାସହ ବିଶାକ୍ତମଦ ପ୍ରସ୍ତୁତ କରୁଥିବା ମାଲିକଙ୍କ ଉପରେ କେତେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ତଥ୍ୟ ସୁପ୍ରିମକୋର୍ଟରେ ବି ରଖିଛନ୍ତି ପଞ୍ଜାବ ସରକାର।

Leave A Reply

Your email address will not be published.