Odisha Link
Bridging the Missing Links in Odisha

ପୁଣିଥରେ ରାଜଧାନୀବାସୀଙ୍କୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ପୁଣିଥରେ ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି । ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି ୮୭.୮୯ ଟଙ୍କା ଛୁଇଁଛି । ତେବେ ସିଏନଜି ବୃଦ୍ଧି ପରେ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ।କାରଣ ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇ ଦେଉଥିବା ଓଲା ଏବଂ ଉବେର ସଂସ୍ଥାମାନେ ସେମାନଙ୍କ ଭଡ଼ାରେ ପରିବର୍ତ୍ତନ କରିବେ। ଉଭୟ ସଂସ୍ଥାର ଅଟୋ ଓ ବାଇମାନଙ୍କରେ ଭଡ଼ା ବୃଦ୍ଧି ହୋଇପାରେ।

ଏହାପୂର୍ବରୁ ଅକ୍ଟୋବରରେ ଦୀପାବଳି ପୂର୍ବରୁ ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଥିଲା।

Leave A Reply

Your email address will not be published.