Odisha Link
Bridging the Missing Links in Odisha

ଆଜି ବର୍ଷର ସବୁଠୁ ଛୋଟ ଦିନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଗତବର୍ଷ ଡିସେମ୍ବର ୨୨ ତାରିଖ ସବୁଠାରୁ ଛୋଟ ଦିନ ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇବେ ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି।

ୱିଣ୍ଟର ସୋଲଷ୍ଟିକ କଣ ?
ଏହା ଏକ ଲାଟିନ୍ ଶଦ୍ଦ। ଯାହାର ଅର୍ଥ ହେଉଛି ସୂର୍ଯ୍ୟ ଅସ୍ତ ହେବା। ପୃଥିବୀ ନିଜର କକ୍ଷ ପଥରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଆଡକୁ ଗତି କରିଥାଏ। ତେବେ ଏହି ପ୍ରରିପେକ୍ଷୀରେ ପୃଥିବୀର ଏକ ଭାଗ ଯାହା ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଥାଏ, ଯାହାକୁ ସୋଲଷ୍ଟିକ ଶଦ୍ଦରେ ଯୋଡାଯାଇଥାଏ।

ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ। ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଏହି ଭାଗଅଂଶରେ ଖୁବ୍ କମ ସମୟ ପାଇଁ ନଜର ଆସିବ। ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ। ଏଭଳି ପରିସ୍ଥିତିରେ ଏହି ଭାଗଅଂଶରେ ଆସୁଥିବା ଦେଶ ତଥା ଆର୍ଜେଂଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ଗ୍ରଷ୍ମପ୍ରବାହ ଆରମ୍ଭ ହେଉଛି।

ତେବେ ୱିଣ୍ଟର ସୋଲଷ୍ଟିକ ଭଳି ସମର ସୋଲଷ୍ଟିକ ବି ରହିଛି। ଅର୍ଥାତ୍ ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ। ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ। ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ। ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି। ତେବେ ଏହି ବେଳା ଗୋଟିଏ କିମ୍ବା ଦୁଇଦିନ ନହୋଇ ବରଂ ମାର୍ଚ୍ଚ ୨୧ ତାରିଖରୁ ୨୩ ସେପ୍ଟେମ୍ବର ମଧ୍ୟରେ ପଡେ, ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ପ୍ରାୟ ସମାନ ସମୟ ପାଇଁ ନଜର ଆସନ୍ତି।

Leave A Reply

Your email address will not be published.